ଆମ୍ବଡିହା ଦୁଇ ବିଦ୍ୟାଳୟର ବାର୍ଷିକ ଉତ୍ସବ-୨୦୨୬ ଅନୁଷ୍ଠିତ
By Siksha Sambad | January 25, 2026 | Views: 11
ଜଳେଶ୍ୱର :ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଖାଲିନା ଗ୍ରାମ ପଞ୍ଚାୟତ ସ୍ଥିତ ରଜନୀକାନ୍ତ ଉଚ୍ଚ ବିଦ୍ୟାଳୟ ଓ ଚୈତନ୍ୟ ପ୍ରସାଦ ସରକାରୀ ଉପ୍ରା ବିଦ୍ୟାଳୟ ଆମ୍ବଡିହା ର ବାର୍ଷିକ ଉତ୍ସବ ମିଳିତ ଭାବେ ଗତ ମଙ୍ଗଳବାର ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ଆୟୋଜିତ ସଭାରେ ରଜନୀକାନ୍ତ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବିଜୟ କୁମାର ଗିରି ସଭାପତିତ୍ୱ କରିଥିଲେ ।ଉଦଘାଟକ ଭାବେ ବିଦ୍ୟାଳୟର ପ୍ରତିଷ୍ଠାତା ତଥା ସମ୍ପାଦକ ଗୟାରାମ ଦେ, ମୁଖ୍ୟ ଅତିଥି ଭାବେ ନାମ୍ପୋ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ଚନ୍ଦ, ମୁଖ୍ୟ ବକ୍ତା ଭାବେ ନାମ୍ପୋ ଆଞ୍ଚଳିକ ସାଧନ କେନ୍ଦ୍ର ର ସଂଯୋଜକ ମନୋରଞ୍ଜନ ଦାଶ, ବିଶିଷ୍ଟ ଅତିଥି ଭାବେ ସାମ୍ବାଦିକ ଭୂତି କୁମାର ପରିଡ଼ା, ବରେଣ୍ୟ ଅତିଥି ଭାବେ ଖାଲିନା ଗ୍ରା:ପ ର ସରପଞ୍ଚ ଶ୍ରୀମତୀ ମିନତୀ ପାତ୍ର ସମିତି ସଭ୍ୟା ଶ୍ରୀମତୀ ସସ୍ମିତା ଦତ୍ତ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ପଦ୍ମନାଭ ପରିଡ଼ା, ପ୍ରାକ୍ତନ ଶିକ୍ଷକ ସୁଧିର କୁମାର ମହାନ୍ତି, ପ୍ରାକ୍ତନ ପ୍ରଧାନ ଶିକ୍ଷୟତ୍ରୀ ପ୍ରତିଭା ରାଣୀ ଦାସ ଓ ବିନତୀ ରାଣୀ ସାମଲ, ବିଧୁ ଭୂଷଣ ଦତ୍ତ, ରମାକାନ୍ତ ଜେନା ତଥା ଉଭୟ ବିଦ୍ୟାଳୟର ପରିଚାଳନା କମିଟିର ସଭାପତି କ୍ଷିତିଶ ଚନ୍ଦ୍ର ଦାସ ଓ ସର୍ବେଶ୍ୱର ପ୍ରମାଣିକ, ସଭ୍ୟ ଦିନେଶ ଦତ୍ତ, ଲକ୍ଷ୍ମୀକାନ୍ତ ଜେନା ଓ ଭଗିରଥ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ସହକାରୀ ଶ୍ରୀଯୁକ୍ତ ଶିବାଶିଷ ଦାସ ଓ ଶିକ୍ଷୟିତ୍ରୀ ଜ୍ୟୋତିର୍ମୟୀ ଦତ୍ତ ମିଳିତ ଭାବେ ମଞ୍ଚ ଆହ୍ୱାନ କରିଥିବା ବେଳେ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଅମିତା କର ଧନ୍ୟବାଦ ଅର୍ପଣ କରିଥିଲେ । ଉଭୟ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଆନନ୍ଦ କୁମାର ଦାସ, ଲୋପାମୁଦ୍ରା ଜେନା, କଳ୍ପନା ପାତ୍ର ଓ ଶିକ୍ଷା କର୍ମଚାରୀ ମନୋରଞ୍ଜନ ପାଳ ଓ ଆଶାଲତା ନନ୍ଦୀ ତଥା ଉଭୟ ବିଦ୍ୟାଳୟର ପରିଚାଳନା କମିଟିର ସଭ୍ୟ/ସଭ୍ୟା କାର୍ଯ୍ୟକ୍ରମର ପରିଚାଳନା କରିଥିଲେ । ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଓ ସ୍ୱାଗତ ନୃତ୍ୟ ପରିବେଷଣ କରିଥିବା ବେଳେ ଅପରାହ୍ନ ୩ ଘଟିକାରେ ଛାତ୍ର ଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା ।
ଶିକ୍ଷାନୁଷ୍ଠାନରେ ଛାତ୍ର ନିର୍ବାଚନ ଓ ଛାତ୍ର ରାଜନୀତି : ଲୋକତନ୍ତ୍ରର ପ୍ରଥମ ପାଠଶାଳା
January 25, 2026Facebook-parent Meta realises AI characters can be 'dangerous' for kids, bans
January 25, 2026ଭିଜନ ଡକୁମେଣ୍ଟ : ଓଡ଼ିଆଙ୍କ ସ୍ୱପ୍ନର ଏକ ରୋଡ଼ମ୍ୟାପ
January 25, 2026ନୌକା ନାୟିକା
January 25, 2026Mann Ki Baat: Indian products must be synonymous with top quality, says PM Modi
January 25, 2026ପୁରୀ ସରକାରୀ ମହିଳା ମହାବିଦ୍ୟାଳୟରେ ଖାଦ୍ୟମେଳାପାଳିତ
January 25, 2026