Monday, March 02, 2026

News Image

ଚାଷୀର ହକ ଓ ଅଧିକାର ପାଇଁ ଲଢ଼େଇ କରିବ କୃଷକ ବନ୍ଧୁ ସଗଠନ

By Siksha Sambad | January 25, 2026 | Views: 8

ଲାଞ୍ଜିଗଡ଼ : କଟନି ଛଟନି ଓ ପୁରୁଣା ଚିରାଫଟା ଅଖା ବସ୍ତାର ସମସ୍ୟା ।ମିଲର୍ସର ମନ ମାନୀ ଓ ଅଫିସର ଏବଂ ମିଲର୍ସର ମଧୁ ଚନ୍ଦ୍ରିକାରେ ଚାଲିଛି ମଣ୍ଡି ।ଏଭଳି ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ଏହାର ସମାଧାନ ଓ ଚାଷୀ ମାନଙ୍କ ପାଇଁ ବାଟ ମାରଣା ନିତିକୁ ପ୍ରତିରୋଧ କରି ସମସ୍ତ ଚାଷୀ ମାନଙ୍କୁ ହକ ଓ ଅଧିକାର ପାଇଁ ଲଢ଼େଇ କରି ନ୍ୟାୟ ପ୍ରଦାନ ଉଦେଶ୍ୟରେ କୃଷକ ସଶକ୍ତକରଣ ହକ ଓ ଅଧିକାର ପାଇଁ ଲଢ଼େଇ କରିବା ଉଦେ୍ଦଶ୍ୟରେ କୃଷକ ବନ୍ଧୁ ସଙ୍ଗଠନର ବୈଠକ ଚନ୍ଦ୍ର ମଣି ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ଚାଷୀ ଯୋଗଦେଇ ଥିଲେ ।ପ୍ରଥମେ ମାଁ ଲକ୍ଷ୍ମୀ ଓ ଜଗନ୍ନାଥ ବଳଭଦ୍ର ଓ ସୁଭଦ୍ରାଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ଓ ପୂଜାର୍ଚ୍ଚନା କରାଯାଇ ଥିଲା ।ଏଥିରେ ଗୋପିନାଥପୁର ଗାଁ ଗୌନ୍ତିଆ କନ୍ଧର୍ପ ନାଗ,ବରିଷ୍ଠ ଚାଷୀ ନିଲାଞ୍ଚଳ ପ୍ରଧାନ,ପୋଖରୀବନ୍ଧ ଗୌନ୍ତିଆ କୁଳମଣି ବାଣୁଆ କର୍ଲାକୁା ଗୌନ୍ତିଆ ତିର୍ଥ ବେହେରା,ଚାଷୀ ସକିର୍ନତ ବେହେରା,ମଧୁସୁଦନ ଗୌଡ,ଭୀମ ଶବର,ପ୍ରଦିପ ପୁଝାରୀ,ଦୁତିଆ କରୁଆ,ରଞ୍ଜନ ବେହେରା,ପାଲେଶ୍ୱର ବେହେରା, ଯଦୁ ନାଏକ,ଡାବରା ମାଝୀ,ବୀର ସାହୁ ସମେତ ପୋଖରୀ ବନ୍ଧ ପଞ୍ଚାୟତର ସମସ୍ତ ଚାଷୀ ସମବେତ ହୋଇ ବୈଠକରେ ଯୋଗଦେଇ ଥିଲେ । ବୈଠକରେ ସମସ୍ତ ଅତିଥି ସମେତ ପଞ୍ଚାୟତର ସମସ୍ତ ଗାଁ ଗୌନ୍ତିଆ ଓ ଚାଷୀ ମାନଙ୍କୁ ସମ୍ମାନୀତ କରାଯାଇଥିଲା । ଚାଷୀ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇ ବ୍ଲକ ସ୍ତରୀୟ ଆବାହକ ବା ଏକ ପ୍ରତନିଧି ଦଳ ଚୟନ କରାଯାଇଛି ।ପରେ ଏହି କୃଷକ ସଂଗଠନକୁ ବ୍ଲକ ସ୍ତରରେ ବ୍ୟାପକ କରି ସମସ୍ତ ୨୬ଗୋଟି ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ କୃଷକ ବନ୍ଧୁ ସଙ୍ଗଠନ ଗଠନ କରାଯାଇ ପାରିବ ସେନେଇ ଆଲୋଚନା କରାଯାଇଛି ।ଏହା ପରେ ପ୍ରଥମେ ପୋଖରୀବନ୍ଧ ପଞ୍ଚାୟତ ଠାରେ ପଞ୍ଚାୟତ ସ୍ତରୀୟ କୃଷକ ବନ୍ଧୁ ସଗଠନ ପ୍ରକିୟା ଆରମ୍ଭ କରାଯାଇଛି ।ଏଥିରେ ପୋଖରୀ ବନ୍ଧ ପଞ୍ଚାୟତ ସଭାପତି ଭାବେ ଚନ୍ଦ୍ରମଣି ବେହେରାଙ୍କୁ ମନୋନିତ କରିଥିବା ବେଳେ ଉପସଭାପତି ଭାବେ ଫକିର ହରପାଲ,ସମ୍ପାଦକ ଚାରୁ ଚନ୍ଦ୍ର ହରପାଲ,ସହ ସମ୍ପାଦକ ସକିର୍ନତ ବେହେରା,କୋଷାଧ୍ୟକ୍ଷ ଦୁତିଆ କରୁଆ,ସହ କୋଷାଧ୍ୟକ୍ଷ ହର ବେହେରାଙ୍କୁ ଚୟନ କରାଯାଇଛି । ପରବର୍ତୀ ସମୟରେ ସମସ୍ତ ପଞ୍ଚାୟତ ଠାରେ ପଞ୍ଚାୟତ ସ୍ତରୀୟ କୃଷକ ବନ୍ଧୁ ସଙ୍ଗଠନ କର୍ମକର୍ତ୍ତା ଚୟନ କରାଯିବ ବୋଲି ଆବାହକ ଚନ୍ଦ୍ର ମଣି ବେହେରା ସୁଚନା ଦେଇଛନ୍ତି ।କାର୍ଯ୍ୟକ୍ରମକୁ ଗୋପାଳ ଦାସ ମହାନନ୍ଦ ପରିଚାଳନା କରିଥିଲେ ।