ଭିଜନ ଡକୁମେଣ୍ଟ : ଓଡ଼ିଆଙ୍କ ସ୍ୱପ୍ନର ଏକ ରୋଡ଼ମ୍ୟାପ
By Satya Mahapatra | January 25, 2026 | Views: 19
ଓଡ଼ିଶା ଆଜି କେବଳ ସଂକଳ୍ପର ରାଜ୍ୟ ହୋଇନି । ପ୍ରଗତି, ଗୌରବ ଓ ଅନେକ ସମ୍ଭାବନାର ରାଜ୍ୟ ପାଲଟିଛି । ଓଡ଼ିଶା ବିକାଶର ଏହି ସଂକଳ୍ପରୁ ସିଦ୍ଧି ରାସ୍ତାରେ ୪.୫ କୋଟି ଓଡ଼ିଆ ହେଉଛନ୍ତି ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ସହଯାତ୍ରୀ । ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ତଥା ବିଶ୍ୱର ସର୍ବ ୍ରିୟ ନେତା ଭାବେ ଗ୍ରହଣୀୟ ହୋଇଥିବା ନରେନ୍ଦ୍ର ମୋଦିଜୀଙ୍କ ଏଗାର ବର୍ଷର ଶାସନର ମୂଳମନ୍ତ୍ର ହେଉଛି ଜନଭାଗିଦାରୀ । ନ୍ତସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ ଓ ସବକା ପ୍ରୟାସ' । ମୋଦିଜୀ ଓଡ଼ିଶାକୁ ଭଲ ପାଇବାର ସ୍ୱତନ୍ତ୍ରତା ଭାବେ ପୂର୍ବ ଭାରତର ଉକ୍ରର୍ଷ ଓ ବିକଶିତ କେନ୍ଦ୍ର ଭାବେ ଓଡ଼ିଶାକୁ ଗ୍ରହଣ କରିଛନ୍ତି । ଆମ ଓଡ଼ିଶାରେ ବ୍ୟାପକ ଭାବେ ଅମାପ ପ୍ରାକୃତିକ ଖଣିଜ ସମ୍ପଦ, ଜଳସମ୍ପଦ, ଜଙ୍ଗଲ ସମ୍ପଦ, ସୁଦୀର୍ଘ ବେଳାଭୂମି ଆଦିବାସୀ ଜନସଂଖ୍ୟା ତଥା ବୁଦ୍ଧିମାନ ଓ ପରିଶ୍ରମୀ ମାନବ ସମ୍ବଳ ରହିଛି ।
ସେଥିାଇଁ ଓଡ଼ିଶାକୁ କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱ ମାନଚିତ୍ରରେ ଅଗ୍ରଣୀ ଓ ବିକଶିତ ଭୂଖଣ୍ଡ କରିବା ପାଇଁ ସବୁ ଉପାଦାନ ଭରି ରହିଛି । ଓଡ଼ିଶାର ଲୋକପ୍ରିୟ ଡବଲ ଇଞ୍ଜିନ ସରକାର ଦୂରଦୃଷ୍ଟି ସମ୍ପନ୍ନ ଓ ସମୟବଦ୍ଧ ଯୋଜନା ଦ୍ୱାରା ସାଧାରଣ ଓଡ଼ିଆ ପରିବାର ବିଶେଷକରି ଯୁବକ, କୃଷକ, ମହିଳା ଓ ଗରିବଙ୍କ ପାଖରେ ବିକାଶର ସୁଫଳ ପହଞ୍ଚାଇବା ପାଇଁ ସଂକଳ୍ପବଦ୍ଧ । ପ୍ରତିଟି ଓଡ଼ିଆ ସେମାନଙ୍କ ମୁଣ୍ଡ ଉପରେ ପକ୍କା ଘର, ଘରେ ଘରେ ପାଇପ ଦ୍ୱାରା ବିଶୁଦ୍ଧ ପାନୀୟଜଳ ଯୋଗାଣ, ସ୍ୱଚ୍ଛ ଇନ୍ଧନ, ଡାକ୍ତରଖାନା ଠାରୁ ସ୍କୁଲର ବିକଶିତ ସୁବନେ୍ଦାବସ୍ତ ଏହା ସହ ସରକାରୀ ଅଫିସ ଓ ଥାନା ଦ୍ୱାରା ସମସ୍ତ ଲୋକମାନଙ୍କ ସୁରକ୍ଷା ଓ ଶାନ୍ତି ବଜାୟ ରଖିବା ବ୍ୟବସ୍ଥାର କେବଳ ମୂଳ ଦାୟିତ୍ୱ ନୁହେଁ ସଂକଳ୍ପର ଭାଗିଦାରିତାକୁ ସରକାର ଗ୍ରହଣ କରିଛନ୍ତି । ଓଡ଼ିଶାର ଲୋକପ୍ରିୟ ସରକାରଙ୍କ ମୂଳ ଆଧାର ହେଉଛି ସାମାଜିକ ସୁରକ୍ଷା ଯୋଜନା ଦ୍ୱାରା ଗରିବ ଓ ଆର୍ଥିକ ଭାବେ ପଛୁଆ ବର୍ଗର ଲୋକମାନଙ୍କୁ ଖାଦ୍ୟ ଠାରୁ ଆର୍ଥିକ ସହାୟତା ଓ ବିଭିନ୍ନ ମାଗଣା ସରକାରୀ ସେବା ଉପଲବ୍ଧ କରିବା ।
ଓଡ଼ିଶାରେ ପୁଞ୍ଜି ଆକର୍ଷଣ ଶିଳ୍ପାୟନକୁ ବେଗବାନ କରିଛି । ମୋଦି ଗ୍ୟାରେଣ୍ଟି ସହ ମାତ୍ର ଗୋଟିଏ ବର୍ଷରେ ୧୭ଲକ୍ଷ କୋଟିର ପୁଞ୍ଜି ନିବେଶର ପ୍ରସ୍ତାବ ଅନେକ ଯୋଜନାକୁ ତ୍ୱରାନ୍ୱିତ କଲାଣି । ଓଡ଼ିଶା ଆଜି ସମଗ୍ର ବିଶ୍ୱ ଦରବାରରେ କେବଳ ଖଣିଜ ସମ୍ପଦକୁ ଆଧାର କରି ପ୍ରଗତି ନୁହେଁ ଅକ୍ଷୟ ଶକ୍ତି ଠାରୁ ପର୍ଯ୍ୟଟନ, ଖାଦ୍ୟ ପ୍ରକ୍ରିୟାକରଣ ଠାରୁ ଆଇଟି ଶିଳ୍ପ, କୃଷି, ସେମିକଣ୍ଡକ୍ଟର ଓ ବୟନଶିଳ୍ପ କ୍ଷେତ୍ରରେ ଅଦ୍ଭୂତପୂର୍ବ ବିକାଶରେ ଆଗେଇ ଚାଲିଛି । ବିକଶିତ ଓଡ଼ିଶା ୨୦୩୬ ଏବଂ ୨୦୪୭ ପାଇଁ ଆମର ରାଜ୍ୟବ୍ୟାପୀ ଆଲୋଚନା, ପର୍ଯ୍ୟାଲୋଚନା ସିରିଜର ଚୂଡ଼ାନ୍ତ ସ୍ତରରେ ପହଞ୍ଚô ବିକାଶର ନକ୍ସା ତିଆରି ହୋଇଛି । ଓଡ଼ିଶାର ଲୋକପ୍ରିୟ ମୋହନ ମାଝୀଙ୍କ ସରକାର ଏହି ଭିଜନ ଡକୁମେଣ୍ଟ ସାଢ଼େ ୪ କୋଟି ଓଡ଼ିଆଙ୍କ ସ୍ୱପ୍ନର ଏକ ରୋଡ଼ମ୍ୟାପ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି । ଆମେମାନେ ଏହାକୁ ମନେ ରଖିବା ଉଚିତ ଯେ ଏହା ଆମ ଭବିଷ୍ୟତ ପିଢ଼ିଙ୍କ ପାଇଁ ଏକ ପ୍ରତିଶ୍ରୁତି । ଏହା ଆମ ସାମଗ୍ରିକ ଚିନ୍ତା ଓ ଚେତନାକୁ ବିଶ୍ୱସ୍ତରୀୟ କରିବା ପାଇଁ ଏକ ଅଭିଯାନ ।
ଆଜି ଆମେ ସ୍ୱାଧୀନ ଭାରତର ଇତିହାସରେ ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଛିଡ଼ା ହୋଇଛିୁ । ଚଳିତ ମାସ ସ୍ୱାଧୀନତା ପ୍ରାପ୍ତିର ୭୮ ବର୍ଷ ପୁରିବାକୁ ଯାଉଛି ଏବଂ ଆଉ ୨୨ ବର୍ଷ ପରେ ଆମେ ସ୍ୱାଧୀନତାର ଶତବାର୍ଷିକୀ ପାଳନ କରିବା । ଯେ କୌଣସି ଦେଶର ଇତିହାସରେ ଏକ ଶହ ବର୍ଷ ଏକ ସୁଦୀର୍ଘ ସମୟ । ରାଜ୍ୟର ସାଢ଼େ ଚାରିକୋଟି ଜନତାଙ୍କ ଆଶା ଆକାଂକ୍ଷାକୁ ସାକାର କରିବା ପାଇଁ ଓଡ଼ିଶାର ଲୋକପ୍ରିୟ ମୋହନ ମାଝୀଙ୍କ ସରକାର ନିରନ୍ତର ଭାବେ ପ୍ରଥମ ଦିନରୁ କାର୍ଯ୍ୟ କରି ଚାଲିଛନ୍ତି ଏବଂ ଏହାର ସୁଫଳ ବିଭିନ୍ନ ସାମାଜିକ ଓ ଅର୍ଥନୈତିକ ସୂଚକାଙ୍କରେ ପ୍ରତିଫଳିତ ହେଉଛି । ରାଜ୍ୟ ଗଠନ ଶତବାର୍ଷିକୀ ପାଳନ ଅବସରରେ, ଓଡ଼ିଶାର ଲୋକପ୍ରିୟ ବିଜେପି ସରକାର ୨୦୩୬ ସୁଦ୍ଧା ଓଡ଼ିଶାକୁ ଏକ ସମୃଦ୍ଧ ଏବଂ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ଏକ ଉଚ୍ଚାଭିଳାଷୀ ସଂକଳ୍ପ ନେଇଛନ୍ତି । ୨୦୪୭ ସୁଦ୍ଧା ଆମ ଦେଶକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ଲକ୍ଷ୍ୟ ହାସଲ ଦିଗରେ ମଧ୍ୟ ଏହା ସହାୟକ ହେବ । ଭିଜନ ୨୦୩୬ ଏବଂ ୨୦୪୭ ଡକୁମେଣ୍ଟ ହେଉଛି ଏକ ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ ପାଇଁ ଓଡ଼ିଶାର ବିଜେପି ସରକାରର ସଂକଳ୍ପବଦ୍ଧ । ଓଡ଼ିଶାର ଡବଲ ଇଞ୍ଜିନ ସରକାର ଏପରି ଏକ ଓଡ଼ିଶା ଗଠନ କରିବାକୁ ଚାହୁଁଛି, ଯାହା ବିକଶିତ ଭାରତରେ ଏକ ଉଜ୍ୱଳ ତାରକା ଭାବରେ ଉଦୀୟମାନ ହେବ । ସମୃଦ୍ଧି ଓଡ଼ିଶାର ବୃହତ୍ତର ଲକ୍ଷ୍ୟ ହେଉଛି ରାଜ୍ୟକୁ ବର୍ତ୍ତମାନର ବିକାଶଶୀଳ ରାଜ୍ୟରୁ ବିକଶିତ ରାଜ୍ୟରେ ପରିଣତ କରିବା । ଏହି ଲକ୍ଷ୍ୟର ପ୍ରଥମ ମାପଦଣ୍ଡ ହେବ ୨୦୩୬ ସୁଦ୍ଧା ଓଡ଼ିଶାକୁ ୫୦୦ ନିୟୁତ ଆମେରିକୀୟ ଡଲାର ଅର୍ଥନୀତିରେ ପରିଣତ କରିବା ଏବଂ ଓଡ଼ିଶାକୁ ଦେଶର ଶ୍ରେଷ୍ଠ ପାଞ୍ଚ ଗୋଟି ରାଜ୍ୟ ମଧ୍ୟରେ ସ୍ଥାନ ଦେବା । ୫୦୦ ନିୟୁତ ଡଲାର ଅର୍ଥନୀତି ଆଡ଼କୁ ଆମେ ଅଗ୍ରସର ହେବା ପାଇଁ ଓଡ଼ିଶାକୁ ଅତି କମରେ ଆସନ୍ତା ୧୧ ବର୍ଷର ପ୍ରତି ବର୍ଷ ଦୁଇ ଅଙ୍କରେ ପ୍ରକୃତ ଅଭିବୃଦ୍ଧି ଆବଶ୍ୟକ । ଲକ୍ଷ୍ୟ ନିଶ୍ଚିତ ଭାବେ ବଡ଼ ହେଲେ ମଧ୍ୟ ଏହା ହାସଲ ସାପେକ୍ଷ ।
ଆଜି ଅର୍ଥାତ ୨୦୨୫-୨୬ ଆର୍ଥିକ ବର୍ଷରେ ଓଡ଼ିଶା ସରକାରଙ୍କ ବଜେଟ ୨ଲକ୍ଷ ୯୦ ହଜାର କୋଟି ଟଙ୍କାରେ ପହଞ୍ଚôଛି । ଏଠାରେ ସୂଚନା ରଖାଯାଇପାରେ ୨୦ବର୍ଷ ତଳେ ପୁରା ରାଜ୍ୟ ବଜେଟର ଆକାର ଯାହାଥିଲା ଏବେ ଗୋଟିଏ ଗୋଟିଏ ବିଭାଗର ବଜେଟ ଆକାର ସେତିକି । ୨୦୪୭ ମସିହା ଅଗଷ୍ଟ ୧୫ ତାରିଖରେ ନୂଆ ଭାରତ, ସ୍ୱାଧୀନତାର ପ୍ରଥମ ଶତବାର୍ଷିକ ପାଳନ କରିବ । ଏହି ସମୟ ସୀମା ମଧ୍ୟରେ ଓଡ଼ିଶା ଏକ ବିକଶିତ ରାଜ୍ୟରେ ପରିଣତ ହୋଇସାରିଥିବା ସୋପାନର ଯଥେଷ୍ଟ ଆଗରେ ଆସନ୍ତା ଅପ୍ରେଲ ୨୦୩୬ରେ ଓଡ଼ିଶାକୁ ୧୦୦ ବର୍ଷ ପୂରିବ ସେହି ଅବସରରେ ବିକଶିତ ଭାରତର ଏଗାର ବର୍ଷ ପୂର୍ବରୁ ଓଡ଼ିଶାକୁ ଗୌରବାମହ ଅଭିବୃଦ୍ଧି ସମ୍ପନ୍ନ ଓ ବିକଶିତ ଓଡ଼ିଶା ରୂରେ ଦେଖିବା ପାଇଁ ଆମ ସମସ୍ତଙ୍କ ଗୁରୁ ଦାୟିତ୍ୱ ରହିଛି । ଏହି ଆଲେଖ୍ୟ ସମୟରେ ମନେପଡ଼ୁଛି ମହାନ କୃତୀ ତଥା କାଳଜୟୀ କବି ଗୋଦାବରୀଶ ମହାପାତ୍ରଙ୍କ ସେହି ଓଡ଼ିଆଙ୍କ ପ୍ରତି ଆହ୍ୱାନର ବାଣୀ - ନ୍ତଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି ।' ଆଇନଜୀବୀ, ଓଡ଼ିଶା ହାଇକୋର୍ଟ, କଟକ, ନ୍ତସତ୍ୟାଳୟ' ପ୍ଲଟ ନଂ - ୧୦୮୭/ଡ଼ି, କଟକ,
ଶିକ୍ଷାନୁଷ୍ଠାନରେ ଛାତ୍ର ନିର୍ବାଚନ ଓ ଛାତ୍ର ରାଜନୀତି : ଲୋକତନ୍ତ୍ରର ପ୍ରଥମ ପାଠଶାଳା
January 25, 2026Facebook-parent Meta realises AI characters can be 'dangerous' for kids, bans
January 25, 2026ନୌକା ନାୟିକା
January 25, 2026Mann Ki Baat: Indian products must be synonymous with top quality, says PM Modi
January 25, 2026ଆମ୍ବଡିହା ଦୁଇ ବିଦ୍ୟାଳୟର ବାର୍ଷିକ ଉତ୍ସବ-୨୦୨୬ ଅନୁଷ୍ଠିତ
January 25, 2026ପୁରୀ ସରକାରୀ ମହିଳା ମହାବିଦ୍ୟାଳୟରେ ଖାଦ୍ୟମେଳାପାଳିତ
January 25, 2026