The entrance examination for the two-year B.Ed course will be held on the 31st. ମେ ୩୧ରେ BEd ପ୍ରବେଶିକା ପରୀକ୍ଷା
ଆସନ୍ତା ୩୧ ତାରିଖରେ ଦୁଇବର୍ଷିଆ ବି.ଏଡ୍(BEd)ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ
Published on: 26-May-2026
ହେ ମହାପ୍ରଭୁ! ତୁମେ ହିଁ ସୃଷ୍ଟି, ତୁମେ ହିଁ ସ୍ରଷ୍ଟା । ତୁମଠୁ ଆରମ୍ଭ, ତୁମଠି ଶେଷ । ଅନନ୍ତ ରହସ୍ୟ, ଅନ୍ତହୀନ ବିଶ୍ୱାସ । ଅଗତିର ଗତି ପ୍ରଭୁ, ଦୀନବନ୍ଧୁ ଦଇତାରି । ତୁମେ ଦେବତା ହେଲେ ମଧ୍ୟ ତୁମ ଭିତରେ ପୁରି ରହିଛି ତମାମ ମଣିଷ ପଣିଆ । ଆମପରି ତୁମେ ବି ବଡ଼ି ଭୋରରୁ ଉଠ, ସ୍ନାନ, ମାଜଣା କର ସକାଳଠୁ ବିଶ୍ରମକୁ ଯିବା ପର୍ଯ୍ୟନ୍ତ ଷାଠିଏ ପଉଟି ଭୋଗ ନୈବେଦ୍ୟ ହୋଇଥାଏ । ରାତିରେ ନିଦ ଯାଅ ଆଉ ବର୍ଷର ବିଭିନ୍ନ ଋତୁ ଅନୁଯାୟୀ କେବଳ ବେଶ ବଦଳାଇ ନଥାଅ ବରଂ ଭିନ୍ନ ଭିନ୍ନ ପୋଷାକ ପିନ୍ଧ ଆଉ ଆଚରଣରେ ତ ସେ ଠିକ ଆମ ଭଳି । ସେ ହେଉଛନ୍ତି ଦଇତା ମାନଙ୍କର ଜ୍ଞାତି, ବନ୍ଧୁ ଆଉ କୁଟୁମ୍ବ ଓ ସହୋଦର । ଠିକ ଏଇଥିପାଇଁ ତୁମର ନବକଳେବର ସମୟରେ ଦଇତାମାନେ ତୁମ ନିମିତ୍ତ ଶୌଚ ହୁଅନ୍ତି, ଶୁଦ୍ଧିକ୍ରିୟା ପାଳନ କରିଥାନ୍ତି ସତରେ ମଣିଷରୂପୀ ଏପରି ଦେବତା ସମଗ୍ର ବିଶ୍ୱରେ ବିରଳ । ତୁମେ ଓଡ଼ ିଆ ଜାତିର କୁଳ ଦେବତା । ଆମ ସତ୍ତା, ଭାବ, ଭକ୍ତି, ଶକ୍ତି, ଶ୍ରୀଜଗନ୍ନାଥ । ହେ ଦାରୁ ଦେବତା! ସବୁ ତୁମରି ଲୀଳା । ତୁମେ ଇଛା କଲ, ଶବର ଦେବତାରୁ ହେଳ ବିଶ୍ୱ ନିୟନ୍ତା । ଆଜି ତୁମରି ଇଛାରେ ବିଶ୍ୱ ଦେଖୁଛି ନୂଆ ଶ୍ରୀକ୍ଷେତ୍ର । କାଳିଆ ସାଆନ୍ତ, ତୁମେ ଭକ୍ତର ଭଗବାନ । ରତ୍ନ ସିଂହାସନରେ ତୁମ ଦର୍ଶନ ପାଇଁ ପୁରୀ ଧାଇଁ ଆସେ ଭକ୍ତ । ଦର୍ଶନ କରେ, ମନ ପୁରେନି । ଅଭାବବୋଧକୁ ଧରି ଘରକୁ ଫେରେ ।
କଥା କହିବା, ଜନ୍ମ ଯନ୍ତ୍ରଣା ସହିବା ଆଉ ଜୀବନ ବୋଝ ବୋହିବା ପାଇଁ ଯିଏ ଶକ୍ତି ଦିଏ, ଜୀବନ ଡଙ୍ଗା ବାହିବା ପାଇଁ ଯିଏ ବଳ ଦିଏ ଜୀବନ ଚକ୍ରକୁ ମୁକ୍ତି ନିମିତ୍ତ ଯିଏ ମାର୍ଗ ଦେଖାଇଥାଏ ସିଏ ହେଉଛନ୍ତି ଶଙ୍ଖନାଭି ମଣ୍ଡଳରେ ରହିଥିବା ଜଗନ୍ନାଥ । କବିର କବିତାରେ, ନାଟକର ସଂଳାପରେ, ଧାରାବାହିକ ଭାସ୍ୟକାରଙ୍କ ଭାବ ବିଶ୍ଲେଷଣରେ ସବୁଠି, ସବୁ କ୍ଷେତ୍ରରେ, ସବୁ ରୂପରେ, ସବୁ ଭାବରେ ତାଙ୍କ କରୁଣାର ଧାରା ପ୍ରବାହିତ ହୋଇଥାଏ । ମହାକୁମ୍ଭ ଘାଟରୁ ଦୁନିଆର ହାଟ ପର୍ଯ୍ୟନ୍ତ ଯାହାଙ୍କ ମହିମା, କରୁଣା, ଲୀଳା ବିସ୍ତାରିତ ସେ ହେଉଛନ୍ତି ଆମ କୋଟି ଓଡ଼ିଆଙ୍କ ଆରାଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥ । ଓଡ଼ିଶାର ସାମାଜିକ ଜୀବନ ଚେତନାରେ ସବୁଠି, ସବୁକ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କ ପ୍ରଭାବ ସୁଦୂର ପ୍ରସାରୀ । ଓଡ଼ିଶାର ଜାତୀୟ ଦେବତା ଭାବରେ ଗୃହୀତ ହେବା ପରେ ଜଗନ୍ନାଥ ଏକ ସର୍ବବ୍ୟାପୀ ଚେତନା ହୋଇ କୋଟି ଓଡ଼ିଆଙ୍କ ମାନସରେ ପ୍ରସାର ଲାଭ କରିଛନ୍ତି । ଯାହାଦ୍ୱାରା ତାଙ୍କ ପବିତ୍ର ନାମଟି ତୁଣ୍ଡରେ ଧରିବା ମାତ୍ରେ ପ୍ରତ୍ୟେକ ଓଡ଼ିଆଙ୍କ ପ୍ରାଣରେ ଖେଳିଯାଏ ଅବର୍ଣ୍ଣନୀୟ ଶିହରଣ, ଆଧ୍ୟାତ୍ମିକତାର ଉନ୍ମାଦନା ଆଉ ଭାବ ବିନୋଦର ଅମୃତ ସ୍ପର୍ଶ । ପ୍ରତିଟି ଓଡ଼ ିଆ ସିଏ ଯେଉଁଠି ରୁହନ୍ତୁ ନା କାହିଁକି ତାଙ୍କ ସକାଳର ପ୍ରଥମ ପ୍ରାର୍ଥନା ଓ ଭାବ ସମର୍ପଣ ରହିଥାଏ ମହାବାହୁ ଶ୍ରୀଜଗନ୍ନାଥଙ୍କ ପାଖରେ । ପ୍ରତିଟି ଓଡ଼ିଆ ଘରର ମୁରବୀ ହେଉଛନ୍ତି ସେହି ଜଗତରନାଥ କାଳିଆ ସାଆନ୍ତ ମହାପ୍ରଭୁ ଶ୍ରୀଜଗନ୍ନାଥ । ଓଡ଼ିଆ ଘରରେ ଆମ ପରମ୍ପରାର ଏକୋଇଶା ନାମକରଣରେ ଅନେକ ମହାପ୍ରଭୁଙ୍କୁ ଟିକିଏ ରାତି ପାହିଲେ ତୁଣ୍ଡରେ ଧରିବା ପାଇଁ ସେମାନଙ୍କ ପିଲାଙ୍କ ନାମକରଣ କରିଥାନ୍ତି "ଜଗନ୍ନାଥ', "କାଳିଆ', "ପୁରୁଷୋତ୍ତମ' ଏହିପରି ବିଭିନ୍ନ ନାମରେ । ପ୍ରତିଟି ଓଡ଼ିଆଙ୍କ ଶୁଭକାର୍ଯ୍ୟରେ ପ୍ରଥମ ନିମନ୍ତ୍ରଣ ମହାପ୍ରଭୁଙ୍କୁ । ପିଲାଟିର ନାମକରଣ ହେଉ ବା ଅନ୍ନପ୍ରସନ୍ନ, ଏକୋଇଶା ଠାରୁ ଜନ୍ମ ବାର୍ଷିକୀ, ଉପନୟନ ଠାରୁ ଗୃହ ପ୍ରତିଷ୍ଠା ଏବଂ ଜୀବନର ଶେଷ ଆଶ୍ରା ଓ ଶେଷ ସମୟରେ ମଧ୍ୟ ମହାପ୍ରଭୁଙ୍କ ନିର୍ମାଲ୍ୟ ଟିକକ ଖୋଜା ପଡ଼ିଥାଏ ।
ଆମ ଓଡ଼ିଆଙ୍କ ଗାଁ ଗଣ୍ଡା ଠାରୁ ସହର ପର୍ଯ୍ୟନ୍ତ ସବୁ ଭାଗବତ ଗାଦୀର ଭାଗବତ ଗୋସେଇଁ ଭାବରେ ଶ୍ରୀଜଗନ୍ନାଥ ପୂଜା ପାଇଥାନ୍ତି । ଏହି ଛୋଟବଡ଼ ବିଭିନ୍ନ ମଠ ମନ୍ଦିରରେ ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ର କରି ରହିଥିବା ଅନେକ ପର୍ବପର୍ବାଣୀ ଅନୁଷ୍ଠିତ ହୋଇଥାଏ । କାର୍ତ୍ତିକ ମାସ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଓଡ଼ିଶାର ପ୍ରାୟ ପ୍ରତ୍ୟେକ ହିନ୍ଦୁ ଗୃହିଣୀ ତୁଳସୀ ଚଉରା ମୂଳରେ ଶ୍ରୀଜଗନ୍ନାଥ, ବଳଭଦ୍ର, ସଭୁଦ୍ରା ଓ ମହାପ୍ରଭୁଙ୍କ ଆୟୁଧ୍ୟ ଶଙ୍ଖ, ଚକ୍ର, ଗଦା, ପଦ୍ମ, ଓ ବାହାନ ଗରୁଡ଼ ପ୍ରଭୃତିଙ୍କ ଚିତ୍ର ମୁରୁଜରେ ଆଙ୍କି ଆରାଧନା କରିଥାନ୍ତି । ପ୍ରତ୍ୟେକ ନୈଷ୍ଠିକ ଓଡ଼ିଆ ପ୍ରତିଦିନ ସ୍ନାନ ପରେ ନିର୍ମାଲ୍ୟ କଣିକା ଟିକିଏ ସେବନ କଲାପରେ ହିଁ ଅନ୍ନଜଳ ସ୍ପର୍ଶ କରିଥାନ୍ତି । ଜନ୍ମରୁ ମୃତୁ୍ୟ ପର୍ଯ୍ୟନ୍ତ ଶ୍ରୀଜଗନ୍ନାଥ ଓଡ଼ିଆଙ୍କର ଚିର ସାଥୀ । ଶିଶୁଟିର ଜନ୍ମ ହେବାର ସପ୍ତମ ଦିବସରେ ତାହାକୁ ସ୍ନାନ କରାଇ ଅଶୌଚ ଦୋଷ ନିବାରଣ କଲାବେଳେ ତା ଓଠରେ ମହାପ୍ରଭୁଙ୍କ ନିର୍ମାଲ୍ୟ ଛୁଆଇଁ ଦିଆଯାଏ । ସେହିଦିନ ଠାରୁ ତା ଭିତରେ ଆରୋପିତ ହୁଏ ଶ୍ରୀଜଗନ୍ନାଥ ଚେତନା । ପ୍ରତିଟି ଓଡ଼ିଆ ଶେଷ ନିଃଶ୍ୱାସ ପୂର୍ବରୁ ତୁଣ୍ଡରେ ଟିକିଏ ନିର୍ମାଲ୍ୟ ପାଇବା ପାଇଁ କେତେ ବ୍ୟାକୁଳ ହୋଇଉଠିଥାଏ! ଏହି ନିର୍ମାଲ୍ୟ ହିଁ ତାଙ୍କୁ ମୁକ୍ତି ଦେବ । ଏହି ଅଟଳ ବିଶ୍ୱାସଟି ହିଁ ବାନ୍ଧି ହୋଇଥାଏ । ବନ୍ଧୁ ସଂଙ୍ଖଳିବା ହେଉ ବା ନୂଆ ବନ୍ଧୁ ଆରମ୍ଭ ହେଲାବେଳେ ମହାପ୍ରସାଦ ପୁଡ଼ିଆ ପ୍ରେରଣ ହୋଇଥାଏ ଶୁଭ ସଙ୍କେତ ଭାବରେ । ଚିଠି ଗୁଆର ନିମନ୍ତ୍ରଣ ସହିତ ମହାପ୍ରସାଦ ପଠାଇବାର ବିଧି ମଧ୍ୟ ରହିଛି । ଘରେ ବିବାହର ପ୍ରଥମ ନିମନ୍ତ୍ରଣ ପତ୍ର ମହାପ୍ରଭୁଙ୍କୁ ସମର୍ପଣ ହୁଏ । ବିବାହ ବନ୍ଧନର ପୂର୍ବ ନିର୍ବନ୍ଧ କାର୍ଯ୍ୟକ୍ରମରେ ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ ଟେକା ଯାଇ ବୈବାହିକ ସମ୍ବନ୍ଧ ଘୋଷିତ ହୋଇଥାଏ । କହିବାକୁଗଲେ ଏହି ସମ୍ବନ୍ଧ ବା ସମ୍ପର୍କକୁ ଅତୁଟ ରଖିବା ପାଇଁ ଜଗନ୍ନାଥଙ୍କ ନାମରେ ଶପଥ ଗ୍ରହଣ ହୋଇଥାଏ । ଜଗନ୍ନାଥଙ୍କ ନାମ ନେବା ପରେ ହିଁ ବର ହୋଇଥାଏ ବାଗଦତ୍ତ ଓ କନ୍ୟାଟି ହୋଇଥାଏ ବାଗଦତ୍ତା । ଓଡ଼ିଆଙ୍କ ସାମାଜିକତାରେ ଏହା ହେଉଛି ମହାପ୍ରସାଦ ନିର୍ବନ୍ଧ । ଏହି ନିର୍ବନ୍ଧ ପରେ ଯେଉଁପକ୍ଷ ପ୍ରସ୍ତାବ ଭାଙ୍ଗି ଦିଏ ସେହି ପକ୍ଷ ଜଗନ୍ନାଥଙ୍କ ପାଖରେ ଦ୍ରୋହୀ ହୁଏ ବୋଲି କାଳ କାଳର ବିଶ୍ୱାସ ରହିଛି । ଅନେକ କ୍ଷେତ୍ରରେ ଜାତକ ଅମେଳ ହେଲେ "ସର୍ବମଙ୍ଗଳ ଜଗନ୍ନାଥ' କହି ବିବାହ ପ୍ରସ୍ତାବକୁ ବିଶ୍ୱାସର ସହ ଆଗେଇ ନିଆଯାଇଥାଏ । ଝିଅ ଘରୁ ଯେଉଁ ପ୍ରଥମ ଭାରଟି ଯାଇଥାଏ ସେଥିରେ ପ୍ରଥମେ ଓ ଶ୍ରଦ୍ଧାର ପ୍ରେରଣୀୟ ବସ୍ତୁ ହେଉଛି ମହାପ୍ରସାଦ । ଏହି ଶ୍ରୀଜଗନ୍ନାଥଙ୍କର ମହାପ୍ରସାଦ ଓଡ଼ିଆ ମାନଙ୍କ ପାଇଁ ଅମୃତତୁଲ୍ୟ ।
ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ମହାପ୍ରସାଦକୁ ଏକତ୍ର ଭୋଜନ କରାଯାଏ । ମହାପ୍ରସାଦ ମାଧ୍ୟମରେ ସୂର୍ଯ୍ୟବନ୍ଧୁ ସମ୍ପର୍କ ସ୍ଥାପନ କରାଯାଇ ଓଡ଼ିଶାର ସାମାଜିକ ବ୍ୟବସ୍ଥାରେ ମୈତ୍ରୀପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଥାଏ । ମହାପ୍ରଭୁଙ୍କ ପବିତ୍ର ଅବଢ଼ା କୁଡ଼ୁଆକୁ ଦାଣ୍ଡ ପାଖ ଚାଳରେ ଓହଳାଇଲେ ଗୃହକୁ ଆପଦ ପ୍ରବେଶ କରିପାରେ ନାହିଁ ଓ ବାହାରକୁ ଯାତ୍ରା କରିବା ଶୁଭଙ୍କର ହୁଏ ବୋଲି କୋଟି ଓଡ଼ିଆଙ୍କ ବିଶ୍ୱାସ । ଅବଢ଼ା କୁଡ଼ୁଆରେ ତୁଳସୀ ଗଛ ଲଗାଇ ପୂଜା କଲେ ମୁକ୍ତି ମିଳଇ ବୋଲି ବିଶ୍ୱାସ ରହିଛି । ମୃତୁ୍ୟବେଳେ ମହାପ୍ରଭୁଙ୍କ ନାମ ନେଲେ ଯମଦଣ୍ଡରୁ ମୁକ୍ତି ମିଳେ ଓ ଆତ୍ମା ବୈକୁଣ୍ଠଗାମୀ ହୁଏ ବୋଲି ବିଶ୍ୱାସ ଥିବାରୁ ମୃତୁ୍ୟବେଳେ ସଭିଏଁ "ଜଗନ୍ନାଥ ନାମଟି ସ୍ମରଣ କରିଥାନ୍ତି । ଓଡ଼ ିଆର ପ୍ରତିଟି କ୍ଷେତ୍ର ପ୍ରତିଟି ଭାବନା, ପ୍ରତିଟି ଚିନ୍ତା ସର୍ବୋପରି ସମାଜର ପ୍ରତି କ୍ଷେତ୍ରରେ ରହିଛି ଶ୍ରୀଜଗନ୍ନାଥଙ୍କ ପ୍ରଭାବ । ଆମ ସବୁଠି ଶ୍ରୀ ଜଗନ୍ନାଥ ଚେତନା ମିଶି ଏକ ହୋଇଯାଇଛି । ଶ୍ରୀଜଗନ୍ନାଥଙ୍କୁ ଅଲଗା କରି ଓଡ଼ ିଆ ସଂସ୍କୃତିର ସ୍ଥ ିତି ଚିନ୍ତା କରାଯାଇପାରେନା । ସେଥିପାଇଁ ଓଡ଼ ିଶାର ସଂସ୍କୃତିକୁ କୁହାଯାଏ ଶ୍ରୀଜଗନ୍ନାଥ ସଂସ୍କୃତି । ଶ୍ରୀଜଗନ୍ନାଥ ଓ ଶ୍ରୀକ୍ଷେତ୍ର ଆମ ଓଡ଼ ିଆ ଜାତିର ଏକମାତ୍ର ପରିଚୟ କହିଲେ ଅତୁ୍ୟକ୍ତି ହେବନାହିଁ । ଓଡ଼ ିଶା ବାହାରେ ଓ ବିଦେଶରେ ଓଡ଼ ିଶାରୁ ଆସିଛି କହିଲେ ପ୍ରାୟତଃ ଅନେକ ଓଡ଼ ିଶାକୁ ହଠାତ୍ ନ ଚିହ୍ନ ି ପାରୁଥିଲେ "ଜଗନ୍ନାଥ ଦେଶ' କହିଲେ ସମସ୍ତେ ଭାବପୂର୍ଣ୍ଣ, ହୃଦୟପୂର୍ଣ୍ଣ ଓ ଆବେଗପୂର୍ଣ୍ଣ ହୋଇଯାଇଥାନ୍ତି । ଶ୍ରୀକ୍ଷେତ୍ର ଓ ଶ୍ରୀଜଗନ୍ନାଥଙ୍କୁ ନେଇ ଆମ ଜାତି ଆଜି ବିଶ୍ୱ ଦରବାରରେ ମୁଖ୍ୟତଃ ହିଁ ପରିଚିତ । ଶ୍ରୀଜଗନ୍ନାଥ ସଂସ୍କୃତିରେ କାଳକ୍ରମେ କେତେକ ପରିବର୍ତ୍ତନ ଦେଖା ଦେଇଥିଲେ ମଧ୍ୟ ଶ୍ରୀଜଗନ୍ନାଥ ସଂସ୍କୃତି ଅଦ୍ୟାପି ସମଗ୍ର ବିଶ୍ୱରେ ଶାନ୍ତି, ମୈତ୍ରୀ, ମାନବିକତା ପ୍ରତିଷ୍ଠା ଦିଗରେ ଏକମାତ୍ର ଆଦର୍ଶ ସଂସ୍କୃତି କହିଲେ ଅସଂଗତ ହେବନାହିଁ । ଓଡ଼ିଆ ଜାତିର ମର୍ମବାଣୀ ହେଉଛି ଜଗନ୍ନାଥ ଆଜି ମୂର୍ତ୍ତି ରୂପରେ ପୂଜିତ ହେଉଥିଲେ ହେଁ ସେ ଅମୃତ ଓ ଅମୃତ ଚେତନାର ଚିରନ୍ତନ ଅନନ୍ୟ ପ୍ରତୀକ । ଶ୍ରୀଜଗନ୍ନାଥ ସଂସ୍କୃତି ହେଉଛି ମହାମାନବର ମହାମିଳନର ମହତି ସଂସ୍କୃତି । ବିଶ୍ୱ ମାନବ ସମାଜକୁ ନିଜର କରି ସମସ୍ତଙ୍କର ସୁଖ, ଶୁଭ, ସୌଭାଗ୍ୟ କାମନା କରି ଆଜି ମାନବ ବିଶ୍ୱ ମାନବ ହେବା ପାଇଁ ଶ୍ରୀଜଗନ୍ନାଥ ସଂସ୍କୃତିରୁ ହିଁ ପାଇପାରିବ ମହାନ ଆଦର୍ଶର ପ୍ରେରଣା ଓ ଉଦବୋଧନ ।