04-Jun-2026
Sikshasmabad Logo
The entrance examination for the two-year B.Ed course will be held on the 31st.
The entrance examination for the two-year B.Ed course will be held on the 31st. ମେ ୩୧ରେ BEd ପ୍ରବେଶିକା ପରୀକ୍ଷା


ଆସନ୍ତା ୩୧ ତାରିଖରେ ଦୁଇବର୍ଷିଆ ବି.ଏଡ୍‌(BEd)ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ସେହିପରି ବି.ଏଚ୍‌.ଏଡ଼ (ହିନ୍ଦୀ) ଓ ଏମ୍‌.ଏଡ୍‌ରେ ନାମଲେଖା ପାଇଁ ଜୁନ୍‌ ୩ରେ ପ୍ରବେଶିକା ପରୀକ୍ଷା ହେବ। ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ବି.ଏଚ୍‌.ଏଡ଼ (ହିନ୍ଦୀ) ଏବଂ ଅପରାହ୍ନ ୩ ଟାରୁ ୫ଟା ପର୍ଯ୍ୟନ୍ତ ଏମ୍‌.ଏଡ୍‌ ପ୍ରବେଶିକା ପରୀକ୍ଷା ଚାଲିବ। ଏନେଇ ଷ୍ଟେଟ ସିଲେକ୍ସନ ବୋର୍ଡ଼ (ଏସ୍‌ଏସ୍‌ବି) ପକ୍ଷରୁ ଶନିବାର ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।

ଛାତ୍ରୀଛାତ୍ରମାନେ ମେ’ ୨୭ରୁ ଏସ୍‌ଏସ୍‌ବି ୱେବ୍‌ସାଇଟରୁ ଆଡ୍‌ମିଟ କାର୍ଡ଼ ଡାଉନଲୋଡ଼ କରିପାରିବେ। ଜୁନ ୪ ତାରିଖରେ ଏସ୍‌ଏସ୍‌ବି ଓ୍ବେବସାଇଟରେ ପ୍ରବେଶିକା ପରୀକ୍ଷାର ପ୍ରୋଭିଜିନାଲ ଆନ୍ସର କି’ ପ୍ରକାଶିତ ହେବ।

ପ୍ରୋଭିଜିନାଲ ଆନ୍ସର କି’ କୁ ନେଇ ପରୀକ୍ଷାର୍ଥୀଙ୍କ ମଧ୍ୟରେ କୌଣସି ଆଶଙ୍କା ଥିଲେ ପରୀକ୍ଷାର୍ଥୀମାନେ ଜୁନ୍‌ ୫ ରୁ ୭ ତାରିଖ ମଧ୍ୟରେ ଆନ୍ସର କି’ ଚ୍ୟାଲେଞ୍ଜ ପାଇଁ ଆବେଦନ କରିପାରିବେ। ପ୍ରବେଶିକା ପରୀକ୍ଷା ମାର୍କ ଆଧାରରେ ହିଁ ମେଧା ତାଲିକା ପ୍ରକାଶ ପାଇବ ବୋଲି ସୂଚନା ଦିଆଯାଇଛି।

Love You PDF

Love You PDF

Free website for all kind of PDF related tools unlimited use